ଦୃଢ ଇଚ୍ଛା ଶକ୍ତି ହେଉଛି ସଫଳତା ର ମାପ କାଠି, ଯାହା ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଗୋବର୍ଧନପୁର ଗ୍ରାମର ଗରୀବ ଚାଷୀ ପରିବାର ର ଝିଅ ସ୍ମୃତିରେଖା ନାଥ ।
2022 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ 369 ରାଙ୍କ ହାସଲ ରଖି ନିଜ ଗାଂଆ ତଥା ଜଳେଶ୍ବର ବ୍ଲକ ପାଂଇ ଗୌରବ ଆଣିଛନ୍ତି, ବାପା ପ୍ରଦୀପ ନାଥ ଙ୍କ ଦୂଇ ଝିଅ ମଧ୍ୟରୁ ସାନ ଝିଅ ହେଉଛନ୍ତି ସ୍ମୃତିରେଖା, ପିଲା ଟି ଦିନ ରୁ ମେଧାବୀ ଛାତ୍ରୀ ଥିଲେ ସ୍ମୃତିରେଖା ।
ଛୋଟବେଳୁ ଇଚ୍ଛା ଥିଲା ଓଏଏସ ହେବା ପାଇଁ । ବାପା ପ୍ରଦୀପ ଜଣେ ଗରୀବ ଚାଷୀ । ଝିଅ କୁ ପାଠ ପଢାଇ ଥିଲେ, ଗ୍ରାଜୁଏସନ ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋଳମଣ୍ତପ ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ ସ୍ମୃତିରେଖା, ମାତ୍ର ତାଙ୍କର ଓଏ ଏସ ହେବାର ସ୍ବପ୍ନ ତାଙ୍କ ଆଖିରୁ ନିଦ ହଜାଇ ଦେଇ ଥିଲା,ସେଥିପାଂଇ ସେ ଦିନ ରାତି କଠିନ ପରିଶ୍ରମ କରୁ ଥିଲେ ।
ପ୍ରଥମ ଥର ପରୀକ୍ଷା ରେ ସେ କୃତକାର୍ଯ୍ୟ ହୋଇଛନ୍ତି, ଆଜି ସେ ଜନ୍ମମାଟି ରେ ପହଞ୍ଚିବା ପରେ ଗାଂଆ ଲୋକେ ବାଜା ବଜାଇ ଶୋଭାଯାତ୍ରା କରି ପାଛୋଟି ନେଇ ଛନ୍ତି, କିଏ ଫୂଲ ତୋଡା ଦେଇ କୁଣ୍ଢାଇ ପକଉଛି ତ କିଏ ଦୀପ ଲଗାଇ ବନ୍ଦାପନା କରି ପକଉଛି ।