ବନ୍ଦ ହେଲା ‘ନୂଆ-ଓ’ ଯୋଜନା । ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ଚରଣ ମାଝୀ ସରକାର। ନୂଆ ସରକାରରେ ୟୁଜି ଓ ପିଜି ପିଲାଙ୍କୁ ଆର୍ଥିକ ସହାୟତା ଦେବାକୁ ଆରମ୍ଭ ହେବ ନୂଆ ଯୋଜନା। ନାଁ ଫାଇନାନସିଆଲ୍ ଆସିଷ୍ଟାଟନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ। ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଚଳିତ ବର୍ଷଠାରୁ ଏହି ଯୋଜନା ପ୍ରଣୟନ ହେବ। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ତେବେ ଏହାକୁ ନେଇ ଏବେ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି : କଣ ଉତ୍ତର ଦେବେ ସରକାର ? ଆସନ୍ତୁ ଦେଖିବା ରିପୋର୍ଟ ।