ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର । ବିଶ୍ୱରେ ଭାରତର ସମ୍ମାନ ବଢିଛି । ଭାରତର ସୀମାକୁ ସୁରକ୍ଷିତ କରାଯାଇଛି । ଆତଙ୍କବାଦୀକୁ ସାବାଡ କରାଯାଉଛି । ପାକିସ୍ତାନ ମଧ୍ୟ ଜାଣିଛି, ଏହା ନୂଆ ଭାରତ । ଏ କାହା ସହ ଲାଗେ ନାହିଁ, ଆଉ କିଏ ଲାଗିଲେ ଛାଡେ ନାହିଁ ।ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ମୋଦୀ ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି । କିନ୍ତୁ ନବୀନ ସରକାର ଏହାକୁ ଓଡ଼ିଶାରେ ଲାଗୁ କରୁନାହିଁ । ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି, କିନ୍ତୁ ପାକିସ୍ତାନରେ ୨୩ କୋଟି ଲୋକ ଭୋକରେ ଛଟପଟ ହେଉଛନ୍ତି ।