ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର । ନବୀନ ସରକାରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଯାଉଛି । ମହାପ୍ରଭୁଙ୍କ ରତ୍ନକୁ ବି ଲୁଟିବାକୁ ମସୁଧା ଚାଲିଛି । ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦେଶର ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟିଏ ସ୍ୱର ଶୁଭୁଛି ପୁଣିଥରେ ମୋଦୀ ସରକାର, ଅବ କି ବାର ୪୦୦ ପାର । ୪୦୦ ପାର କଥା ଶୁଣି ବିଜେଡିର ମୁଣ୍ଡ ଘୂରାଉଛି । ବିଜେଡି କେବେ କେନ୍ଦ୍ରରେ ସରକାର ଗଢିପାରିବ କି? ପୂରା ଦେଶବାସୀ କହୁଛନ୍ତି, ଯିଏ ରାମକୁ ଆଣିଛନ୍ତି ଆମେ ତାଙ୍କୁ ଆଣିବୁ ।ଓଡ଼ିଶାରେ ବିଜେଡି ସରକାରକୁ ବାବୁ ମାନେ ଘେରି ରହିଛନ୍ତି । ଯେଉଁଠି ବାବୁ ମାନେ ସରକାରକୁ ଘେରିଥାନ୍ତି ସେଠାରେ ଏକଛତ୍ରବାଦ ଜନ୍ମ ନେଇଥାଏ । ସେଭଳି ସରକାରର ଜନତାଙ୍କ ସହ କୌଣସି ସମ୍ପର୍କ ନଥାଏ । ସେଭଳି ସରକାରରେ ଭୟଙ୍କର ଦୁର୍ନୀତି ହେବା ସହ ଗରିବଙ୍କ ହକକୁ ଲୁଟି ନିଆଯାଇଥାଏ । ଏଭଳି ବାବୁ ମାନଙ୍କୁ ସେତେ କ୍ଷମତା ଦେବା ଉଚିତ ନୁହେଁ ଯେଉଁଥିପାଇଁ ସେମାନେ ସରକାରକୁ ନିୟନ୍ତ୍ରଣ କରିବେ । ସରକାର ଚଳାଇବା ପାଇଁ ଜନପ୍ରତିନିଧି ଅଛନ୍ତି । ଏହାଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଚାଲିପାରିବ ।