ପାଣ୍ଡିଆନଙ୍କୁ ନେଇ ଚର୍ଚା ଥମିବାର ନା ଧରୁନି । ନେତାଠୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଏବେ ବିରୋଧ କରୁଛନ୍ତି ପାଣ୍ଡିଆନଙ୍କୁ । ନିର୍ବାଚନରେ ଶୋଚନୀୟ ଭାବେ ବିଜେଡିର ପରାଜୟ ପରେ ବିଧିବଦ୍ଧ ଭାବେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ । କିନ୍ତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ କିଛି ଭୁଲ ନଥିବା କହିଛନ୍ତି । ତେବେ IAS ଚାକିରିରୁ ଭିଆରଏସ ନେଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ । କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ତେଣୁ ସେ କ୍ଷମାମାଗିବା ସହ ବିଧିବଦ୍ଧ ଭାବେ ରାଜନୀତି ଛାଡିଥିବା ଘୋଷଣା କରିଛନ୍ତି । ଏହାପରେ ସେ ଆଇଏଏସ ଯୋଗ ଦେବେ କି ନାହିଁ କାହା ଦେଖିବା ବାକି ରହିଲା। ଯଦି ସେ ପୁଣି ଅନୁରୋଧ କରନ୍ତି ତେବେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି ସେ ଚାକିରିକୁ ଫେରିବେ କି ନାହିଁ ।