ଭୁବନେଶ୍ବର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ । ଏହି ଦୁଇ ନେତାଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ୍ । କହିଛନ୍ତି , ଏମାନେ ଅପପ୍ରଚାର କରି ବିଜେଡିବୁକ ଭାଙ୍ଗିବାକୁ ଚାହୁଁଛନନ୍ତି ।ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି । ଏହାସହ ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । କହିଛନ୍ତି,୨୦୧୯ରେ ୮ଜଣ ବିଜେପି ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ରାଜ୍ୟ ପାଇଁ କଣ କଲେ ତାହା ଆଗ କୁହନ୍ତୁ ।