ଓଡିଶାରେ ପ୍ରଥମ ଥର ଏକାକୀ ସରକାର ଗଢୁଛି ଭାରତୀୟ ଜନତା ପାର୍ଟି । ଆଉ ବିରୋଧୀ ଦଳରେ ବସିବ ବିଜୁ ଜନତା ଦଳ । ତେଣୁ ମନ୍ତ୍ରୀ ମଣ୍ଡଳରେ କାହାକୁ ସ୍ଥାନ ଦିଆଯିବ ସେ ନେଇ ବିଜେପି ଭିତରେ ଚାଲିଛି ଅଙ୍କ କଷା । ଏପଟେ କାହାକୁ ମନ୍ତ୍ରୀପଦ ମିଳିବ ସେ ନେଇ ସବୁଠି ଚର୍ଚ୍ଚା । ଆଲୋଚନା ହେଉଛି, ଦଳର ବରିଷ୍ଠ ବିଧାୟକମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ଦଳ ।କୁହାଯାଉଛି ରେସରେ ଆଗରେ ଅଛନ୍ତି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ସୁରେଶ ପୂଜାରୀ , କୁଚିଣ୍ଡା ବିଧାୟକ ରବି ନାଏକ ଓ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ରଣପୁର ବିଧାୟିକା ସୁରମା ପାଢ଼ୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଗଡ ବିଧାୟକ ସୁଧିର ରଂଜନ ପାଟ୍ଟଯୋଶୀ , ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।