ଢେଙ୍କାନାଳରେ ଗତଥର 74.89 ଥିଲା ଏଥର ୭୮.୦୧ ପ୍ରତିଶତ ମତଦାନ ହୋଇଛି । କଟକରେ ଗତଥର ଥିଲା 69.61 ପ୍ରତିଶତ ଏଥର ୭୧.୨୦ ମତଦାନ ହୋଇଛି । ଅନୁଗୁଳ ଜିଲ୍ଲାରେ ୮୨.୨୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଭୋଟ ପ୍ରତିଶତ ବଢିବା ଅର୍ଥ କଡ୍ଡା ଟକ୍କର ହେଉଛି,ବୁଥକୁ ଲୋକ ଆସିବା ପାଇଁ କାରଣ ରହିଛି । ଭୋଟରଙ୍କ ମଧ୍ୟରେ ଉତ୍ସାହ ଅଛି ।କୈାଣସି ଦଳ ପ୍ରତି ଆଗ୍ରହ ବଢ଼ିଛି ।କର୍ମୀମାନେ ଅଧିକ ପରିଶ୍ରମ କରିଛନ୍ତି । କୈାଣସି ପ୍ରାର୍ଥୀଙ୍କୁ ଜିତାଇବାକୁ ଲୋକେ ଚାହିଁଛନ୍ତି । କିଛି ବି କାରଣ ହୋଇପାରେ ।