ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ କଣ କହିବେ ମୁଖ୍ୟମନ୍ତ୍ରୀ ତାହା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଯେପରିକି ସୁଭଦ୍ରା ଯୋଜନା ଲାଗୁ ପାଇଁ ଅଧିକ ଅର୍ଥ ଆବଶ୍ୟକ । କେନ୍ଦ୍ରର ଆୟୁଷ୍ମାନ ଯୋଜନା ଉପରେ ମଧ୍ୟ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କୁ ଅଧିକ ଏମଏସପି ଦେବା ପାଇଁ ଅର୍ଥ ମଧ୍ୟ ଆବଶ୍ୟକ । ଏହିପରି ଅନେକ ରାଜନୈତିକ , ପ୍ରଶାସନିକ ପ୍ରସଙ୍ଗ ରହିଛି ଯାହା ଉପରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଗାମୀ ଶହେ ଦିନର ରୋଡ ମ୍ୟାପ୍ ପ୍ରସ୍ତୁତି ନେଇ ମୋହନ ମାଝୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେ଼ହିପରି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ରଥଯାତ୍ରାକୁ ନିମନ୍ତ୍ରଣ କରିବାର ସୂଚନା ରହିଛି। ଏଥିସହ ସେମାନେ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।