ରାଜଧାନୀରେ ଜମି ଜବରଦଖଲ । ଏକର ଏକର ଜମି ଜବରଦଖଲ ହୋଇଛି । ଲୋକେ ମୁଣ୍ଡ ଗୁଞ୍ଜିବାକୁ ହନ୍ତସନ୍ତ ହେଉଥିବା ବେଳେ 30 ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର 27 ଏକର ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି । ଯେଉଁଥିପାଇଁ 16 ଗୋଟି ଜବର ଦଖଲ ମାମଲା ରୁଜୁ ହୋଇଥିବା ବେଳେ ତାହା ଏବେବି ହାଇକୋର୍ଟରେ ବିଚାରଧୀନ ରହିଛି । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣପ୍ରସାଦ ମହାପାତ୍ର ।
ସେହିପରି ଗାଡ଼କଣରେ 2 ଏକର ଜିମ ଜବରଦଖଲ କାରୀଙ୍କ କବଜାରେ ଥିବାବେଳେ ଚନ୍ଦ୍ରଶେଖର ପୁରରେ ଦେଢ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଏସୁବୁକୁ କବଜାକାରୀଙ୍କ କବଳରୁ ମୁକୁଳାଇବାକୁ ନୂଆ ସରକାର ଯଥାସାଧ୍ୟ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ