ପୁରୀ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀରେ ଚାଲିଛି । ଦୁଇଦିନ ଧରି ଏହି ବୈଠକ ଚାଲିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଜେପି ବିଧାୟକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ବିଜେପି ରାଷ୍ଟ୍ରୀୟ ସଭାପତି ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି। ରାଜ୍ୟକୁ ବିକାଶ ପଥରେ ବିଜେପି ଆଗେଇ ନେବ ।
ଆପଣମାନେ ୨୦ ସିଟ୍ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରଶଂସା କରିଥିଲେ ଶ୍ରୀ ନଡ୍ଡା । ଏହା ସହ ଶ୍ରୀ ନଡ୍ଡା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରାଣାମ ଜଣାଉଛି। ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି। ଏନ୍ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି। ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି। କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍ ଇନ୍ ଜାପାନ, ମେଡ ଇନ୍ ଚାଇନା, ମେଡ୍ ଇଡି ତାଇୱାନ ଲେଖାଯାଉଥିଲା। ଏବେ କିନ୍ତୁ ସବୁ ଭାରତରେ ନିର୍ମାଣ ହେଉଛି । ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ ବୋଲି କହିଛନ୍ତି ଶ୍ରୀ ନଡ୍ଡା ।