ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ପାଇଁ ସୁଜାତା କାର୍ତ୍ତିକେୟନ୍ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ରାଜ୍ୟ ନେତାମାନେ ଭାରତୀୟ ନିର୍ବାଚନ କମିସନ୍ଙ୍କ ନିକଟରେ ଗତମାସ ଅଭିଯୋଗ ଆଣିଥିଲା। ଏହା ପରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା।
ନୂଆ ସରକାର ଆସିବା ପୂର୍ବରୁ ଝିଅର ଦଶମ ଶ୍ରେଣୀ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ୬ ମାସ ପାଇଁ ଛୁଟିରେ ଯାଇଛନ୍ତି। ଏହାକୁ ନେଇ ଚର୍ଚା ଜାରି ରହିଛି । ୨୦୦୦ ବ୍ୟାଚ୍ର ଆଇଏଏସ୍ ଗତ ୩୧ ତାରିଖ ଠାରୁ ଛୁଟିରେ ଅଛନ୍ତି। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ। ତେବେ ବିଜେଡି ସରକାର ଚାଲିଯିବା ପରେ ଏପରି ସେ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବିଜେପି ସରକାର ଗଠନ କରିବ । ତା ପୂର୍ବରୁ ଏପରି ନିଷ୍ପତ୍ତି ସେ ନେଇଥିବା ରାଜନୀତି ସମୀକ୍ଷକମାନେ କହିଛନ୍ତି ।