ସରକାର ବଦଳିବା ପରେ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚ ର ତଦନ୍ତ ଆରମ୍ଭ ହୋଇଛି । ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି। ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି। ସରକାର ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇଛନ୍ତି। ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ। ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।