ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତି ତାଲିକା । ତିନି କୋଟି ଟଙ୍କାର ସମ୍ପତ୍ତିର ମାଲିକ ମୋଦୀ । କିନ୍ତୁ ୧୩ ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ମଧ୍ୟ ତାଙ୍କର ନିଜସ୍ୱ ଘର ଅବା ଜମି ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ପାଖରେ ଥିବା ଏକମାତ୍ର ପ୍ଲଟକୁ ସେ ଦାନ କରିଦେଇଛନ୍ତି । ତେବେ ଗତ ୧୭ ବର୍ଷ ମଧ୍ୟରେ ମୋଦୀଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୫ ଗୁଣା ବୃ୍ଦ୍ଧି ପାଇଛି । ସେହିପରି ବ୍ୟାଙ୍କ ବାଲାନ୍ସ ୩୩ ଗୁଣା ବୃଦ୍ଧି ପାଇଛି ।