ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ୫୬ ମିନିଟ ଧରି ଅଭିଭାଷଣ ଦେଇଥିଲେ। ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମେତ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ପହଞ୍ଚିବା କ୍ଷଣି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ଵାଗତ କରିଥିଲେ। ଅଭିଭାଷଣ ଆରମ୍ଭରୁ ରାଷ୍ଟ୍ରପତି ସମସ୍ତ ସାଂସଦଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ରାଷ୍ଟ୍ରପତି କହିଥିଲେ, ଏତର ୬୪ କୋଟି ଭୋଟର ମତଦାନ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ରେକର୍ଡ ମତଦାନ ହୋଇଛି। ୩ୟ ଥର ସ୍ଥିର ସରକାର ପାଇଁ ଭୋଟ ମିଳିଛି। ସରକାର ଜନକଲ୍ୟାଣର ନୂଆ ଅଧ୍ୟାୟ ଲେଖିବେ।