ଓଡିଶାକୁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ରେଳ ପ୍ରକଳ୍ପ କେନ୍ଦ୍ର ସରକାର ପ୍ରଦାନ କରିଥିବାରୁ ରାଜ୍ୟ ବିଜେପି ଧନ୍ୟବାଦ ଦେଇଛି । ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଓଡିଶାର ବିକାଶ ଲାଗି ମୋଦିଜୀଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗତ କାଲି କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ଅନୁମୋଦିତ ହୋଇଥିବା ୬ଟି ରେଳ ପ୍ରକଳ୍ପଗୁଡିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ପାଇଁ ୧୩୨୬ କୋଟି, ଜୁନାଗଡ – ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ୩୨୭୪ କୋଟି, ମାଲକାନଗିରି – ଭଦ୍ରାଚଲମ – ପାଣ୍ଡୁରାଙ୍ଗପୁରମ ନୂତନ ରେଳ ପାଇଁ ୪୧୦୯ କୋଟି, ବାଦାମପାହାଡ – କେନ୍ଦୁଝରଗଡ ନୂତନ ରେଳ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷୀ – ଗୋରୁମହିଷାଣି ନୂତନ ରେଳ ପାଇଁ ୨୫୪୯ କୋଟି ଏବଂ ବୁରାମରା – ଚାକୁଳିଆ ନୂତନ ରେଳ ପାଇଁ ୧୬୩୯ କୋଟି ଟଙ୍କା ମଂଜୁରୀ ମିଳିଛି ।