କିଏ ହେବେ ସଭାପତି । ରାଜ୍ୟରେ କଂଗ୍ରେସ ହାଇକମାଣ୍ଡ କାହା ଉପରେ ଭରସା କରିବେ ତାକୁ ନେଇ ଚାଲିଛି ଆଲୋଚନା । ଦିଲ୍ଲୀରେ ଏନେଇ ସବୁ କିଛି ନିଷ୍ପତ୍ତି ହେବ । ତେବେ କେଉଁ ନେତା ସଭାପତି ହେବେ ସେ ନେଇ ଲବି ଆରମ୍ଭ ହୋଇଯାଇଛି । ପିସିସି ସଭାପତି ଦୌଡ଼ରେ ଅନେକ ବରିଷ୍ଠ ନେତା ଚାହୁଁଛନ୍ତି ସଭାପତି ହେବା ପାଇଁ । ଓଡିଶାର କେତେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି। ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ ପ୍ରୟାସ କରିପାରୁଥିବ ସେଭଳି ଲୋକଙ୍କୁ ଏଆଇସିସି ପିସିସି ସଭାପତି ଭାବେ ନିଯୁକ୍ତ କରିବ । ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯୁବ ନେତୃତ୍ବଙ୍କୁ ଦାୟିତ୍ବ ମିଳିବ । ତେବେ କାହା ଲବି ଦିଲ୍ଲୀରେ କାମ କରୁଛି ତାହା କୁ ଅପେକ୍ଷା କରିଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ । ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସ ପୁଣି ଶକ୍ତି ସଂଚାର କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ନୂଆ ନେତୃତ୍ବ ସନ୍ଧାନରେ ଅଛି । ପଂଚାୟତ ନିର୍ବାଚନ ପୂର୍ବରୁ ଦଳୁ ବଳ ବଢ଼ାଇବାକୁ କସରତ କରିବାକୁ ପଡ଼ିପାରେ ।