ଭୁବନେଶ୍ବର: ରାଜନୀତିରେ ସଂଖ୍ୟାର ଖେଳକୁ ନେଇ ସବୁବେଳେ ଚର୍ଚା । ତେବେ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଭିନ୍ନ ସଭାରେ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ତେବେ ୯ ତାରିଖରେ କାହିଁକି ଶପଥ ନେବେ ? ଏହାର ଉତ୍ତର ଦେଇଛନ୍ତି ପାଣ୍ଡିଆନ । ଗୁଗଲ କରି ଦେଖି ନିଅନ୍ତୁ ହିନ୍ଦୁ ସଂସ୍କୃତିରେ ୯ ତାରିଖର ମାହାତ୍ମ୍ୟ । କହିଲେ ୯ ନମ୍ବରରେ ବିଶ୍ୱାସ ରଖେ ବିଜେଡି । ବ୍ରହ୍ମା ୯ ଦିନରେ ବ୍ରହ୍ମାଣ୍ଡ ଗଢିଥିଲେ ସେହିପରି ନବରାତ୍ରିରେ ୯ ଦେବୀଙ୍କୁ କରାଯାଏ ପୂଜା । ସେଥିପାଇଁ ୯ରେ ଶପଥ ଗ୍ରହଣ ପାଇଁ ଘୋଷଣା ହୋଇଛି । ତେବେ ଆସନ୍ତୁ ଜାଣିବା ୯ସଂଖ୍ୟାକୁ ନେଇ କଣ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ ।