ଭୁବନେଶ୍ବର: ଗରିବ ଲୋକ ରାସନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଧନୀଲୋକ ରାସନ କାର୍ଡ ହାତେଇଛନ୍ତି । ଏହା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଧାନସଭାରେ ପୂର୍ବ ସରକାରକୁ ଟାର୍ଗେଟ କରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ଚିହ୍ନା ମୁହଁ ଦେଖି ଦିଆଯାଇଛି ରାସନ କାର୍ଡ । ସାଙ୍ଘାତିକ ଅଭିଯୋଗ ଆଣି ମନ୍ତ୍ରୀ କହିଛନ୍ତି, ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେବା କାମ ଆରମ୍ଭ କରିଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବ ନାହିଁ। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ଅଛନ୍ତି।। ଏବେ ୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି।