ନୀତି ଆୟୋଗ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଦାବି ରଖିଛନ୍ତି । ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସହାୟତା ଲୋଡ଼ିଛନ୍ତି । ଧାମରା ଓ ଗୋପାଳପୁରରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି। ଏହାସହ ବିପର୍ୟ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି ରଖିଛନ୍ତି । ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ୍ ଖୋଲିବାକୁ କେନ୍ଦ୍ରକୁ ସହାୟତା ମାଗିଛି ରାଜ୍ୟ। ରାଜ୍ୟରେ ରେଳ ସଂଯୋଗ ବଢ଼ାଇବା ସହ କାର୍ବନ ନିର୍ଗମନ କିପରି କମ୍ କରାଯାଇପାରିବ, ସେଥିପାଇଁ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର।