ଲୋକସଭା ଆସନ ପାଇଁ ବୁଥ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ଆସିଛି । ତେବେ ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଶହେରୁ ଅଧିକ ଆସନ ହାତେଇବା ନେଇ ଆକଳନ କରିଛି ।
ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ଭାଜପାକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ ସଙ୍କେତ ଦେଇଛି । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ଅନୁମାନ ହୋଇଛି । ସେହିଭଳି ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ୧ରୁ ୨ ଆସନ ମିଳିପାରେ ବୋଲି ସର୍ଭେ କହିଛି ।