ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।ପରାଜିତ ନେତାମାନଙ୍କ ବୈଠକ ଡକାଯାଇଥିଲା। ବୈଠକରେ ବହୁ ପରାଜିତ ସାଂସଦ ଓ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କୁ ଆଶ୍ବାସନା ଦେଇଥିଲେ। ଲୋକଙ୍କ ସେବା ଜାରି ରଖିବା ସହ ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି କାମ କରିବାକୁ ପରାମର୍ଶ ଦେଇଥିଲେ।ପରାଜୟର କାରଣ ଖୋଜିବାକୁ ବିଜେଡି କମିଟି ଗଠନ କରିବ । କମିଟି ରିପୋର୍ଟ ଦେବା ପରେ ଆଲୋଚନା ହେବ । ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଦଳ ସଭାପତିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢୁଥିଲା । ତେଣୁ କୌଣସି ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯାଇପାରିବ ନାହିଁ । ପରାଜୟରେ ହତୋତ୍ସାହିତ ନ ହୋଇ ପୂର୍ବଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ କିଭଳି ଅଧିକରୁ ଅଧିକ ଯୋଡି ହେବ ସେ ନେଇ ରଣନୀତି ପ୍ରସ୍ତୁତ କରିବାକୁ ନବୀନ କହିଛନ୍ତି ।