ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ।ମୋଦୀ କହିଛନ୍ତି, ବିଜେଡି ସରକାରରେ ଜଗନ୍ନାଥଙ୍କ ମନ୍ଦିର ବି ସୁରକ୍ଷିତ ନାହିଁ । ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇ ଯାଇଛି ବୋଲି କିଛି ଲୋକ କହିବା ଆରମ୍ଭ କଲେଣି ବୋଲି କହିଛନ୍ତି ମୋଦୀ । ଗତ ୬ ବର୍ଷ ହେଲା ରତ୍ନଭଣ୍ଡାରର ଚାବିର ପତ୍ତା ମିଳୁନି । ଏହା ଘଟଣାରେ୍ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ସିଧା ସିଧା ଦାୟୀ । ଯାଞ୍ଚ ରିପୋର୍ଟରେ ଏମିତି କଣ ଥିଲା ଯେ, ବିଜେଡି ଏହି ରିପୋର୍ଟ ହିଁ ଚପେଇ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ଏଥିସହ ବିଜେଡିର ନୀରବତା ହିଁ ଲୋକଙ୍କ ସନ୍ଦେହ ବଢାଉଛି ।