ଓଡ଼ିଆ ଭାଷାରୁ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଆରେ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମ ଥର ହେବ ଡ଼ବଲ ଇଞ୍ଜିନ ସରକାର । ଜୟ ଜାଗନ୍ନାଥ ରୁ ଆାରମ୍ଭ କରିଛନ୍ତି ଭାଷଣ । ଏହାପରେ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ”କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି, ଓଡ଼ିଶାକୁ ଡିଏମ୍ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ। କିନ୍ତୁ ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ଏହି ସମୟରେ ମୋଦି ନରମ କଣ୍ଠରେ କହିଥିଲେ ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା। ”