ଜଗତସିଂହପୁର: ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରୁନି ପୋଲିସ । ସେଥିପାଇଁ ଅଭିଯୋଗ କରିଛନ୍ତି ଖୋଦ ବିଧାୟକ । ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ତାଙ୍କ ଅଭିଯୋଗକୁ ଗୁରୁତର ସହ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଜୀ କହିବା ପରେ ବି ସୁଧୁରୁନି ପୋଲିସ ବୋଲି ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି। ସେ କହିଛନ୍ତି ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଭୟ ଦେଖାଉଛି । ଲୋକମାନେ ତାଙ୍କୁ ଏହି ଅଭିଯୋଗ କରିବା ପରେ ସେ ଆସି ଥାନାରେ ଅଭିଯୋଗ କରିଛନ୍ତି । ବିଧାୟକ ଅମରେନ୍ଦ୍ର ଦାସ ଥାନାକୁ ଆସିଛନ୍ତି ଆଉ ସାଙ୍ଗରେ କାଗଜ କଲମ ଆଣି ଦେଇଛନ୍ତି। ଲୋକଙ୍କୁ ବସିବା ପାଇଁ ଜାଗା ଦେବାକୁ କହିଛନ୍ତି ବିଧାୟକ । ନଚେତ ଥାନା ପରିସରରେ କେଉଁଠି ଜାଗା ଅଛି ଦେଖାଇଲେ ବିଧାୟକ ଘର କରିଦେବେ ବୋଲି କହିଛନ୍ତି ।