ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୩୦ଟ କାର୍ୟ୍ୟ ଦିବସ ରହିବ । ତେବେ ଏଥର ବେଶ ସରଗରମ ହେବ ଗୃହ। ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ । ଆମ୍ୱଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ, ଆଦାନୀର ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବ ବିଜେଡି । ସେହିପରି ଧାନ ମଣ୍ଡି ସମସ୍ୟା, ଦର ଦାମ ବୃଦ୍ଧି, ବେରୋଜଗାର, ସୁଭଦ୍ରା ଯୋଜନାରେ ପାତର ଅନ୍ତର ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରିଚନ୍ତି ବାଚସ୍ପତି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।