ଭୁବନେଶ୍ବର: ଏଆଇସିସି ପକ୍ଷରୁ ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଓଡିଶା ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନୂଆ ଦାୟିତ୍ବ ମିଳିଛି। କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି। ସେହିପରି ଉପନେତା ଭାବେ ଅଶୋକ ଦାସ ଏବଂ ମୁଖ୍ୟ ସଚେତକ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କାଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦବୀର ହଟାଇ ଦିଆଯାଇଛି । ଏଥିସହ କେବଳ ପିସିସି ସଭାପତିମାନେ କାମଚନା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ନିଯୁକ୍ତ କରାଯାଇଛି । ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଅଶୋକ ଦାସ କଂଗ୍ରେସ ବିଧାୟକ ଦଳର ଉପନେତା । ସିଏସ୍ ରାଜନ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ବୋଲି ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।