ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୨୦୨୪ ନିର୍ବାଚନରେ ପାରଳାଖେମୁଣ୍ଡିରେ କଂଗ୍ରେସ ଟିକେଟରୁ ପ୍ରତିଦ୍ଵନ୍ଦ୍ଵିତା କରିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳରେ ଉପେକ୍ଷିତ ହେବାକୁ ନେଇ ସେ ଇସ୍ତଫା ଦେଇଥିବା କହିଛନ୍ତି । ତାଙ୍କୁ ଦଳରେ ସମ୍ମାନ ମିଳୁନଥିଲା । ତାଙ୍କ ପରାମର୍ଶ ନିଆଯାଉନଥିଲା ବୋଲି ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସର ହାତ ଛାଡ଼ିବା ସହ ସେ ନିଜର ଇସ୍ତଫା ପତ୍ର ମେଲ୍ ଯୋଗେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପଠାଇଛନ୍ତି। ଶ୍ରୀ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା। ପରେ ପୁଣି ତାଙ୍କ ଠାରୁ ପଦବି କାଢ଼ି ନେଇଥିଲା। ଏବେ ଦଳର ମୁଖିଆ ପଦ ଖାଲି ପଡ଼ିଥିବା ବେଳେ ବିଜୟ ହାତ ଛାଡିବା କଂଗ୍ରେସ ପାଇଁ ବୋଝ ଉପରେ ଲଳିତାବିଡ଼ା ହୋଇଛି ।