ଅସନ୍ତୁଷ୍ଟ ନେତା ବାବା ପ୍ରସନ୍ନ ପାଟ୍ଟଶାଣୀ ଶେଷରେ ବିଜେପିରେ ସାମିଲ ହେଲେ । ତାଙ୍କୁ ଟିକେଟ ବିଜେଡି ନଦେବାରୁ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିଛନ୍ତି । ଅନେକ ବର୍ଷଧରି ସେ ବିଜେଡି ପାଇଁ କାମ କରିଥିଲେ । ବିଜେଡି ଛାଡି ବିଜେପିର ହାତ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ଗସ୍ତ ସମୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିିଡିଆରେ ଘୁରି ବୁଲୁଛି । ୨୦୨୪ ଓ ୨୦୧୯ରେ ବିଜେଡି ଟିକେଟ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । କିନ୍ତୁ ବିଜେଡି ତାଙ୍କ ଉପରେ ଭରଷା କରିନଥିଲା ।