ପ୍ରଥମ ଫାଇଲରେ ଦସ୍ତଖତ କଲେ ପ୍ରଧାନମନ୍ତ୍ରୀ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଚାଷୀଙ୍କ ଫାଇଲ ଖୋଲିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ଜାରି କରିବା ପାଇଁ ତାଙ୍କର ପ୍ରଥମ ଫାଇଲରେ ସ୍ୱାକ୍ଷର କରିଛନ୍ତି। ଏହା ଦ୍ୱାରା ୯ କୋଟି ୩୦ ଲକ୍ଷ କୃଷକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ବିତରଣ କରାଯିବ । ଏହି ଫାଇଲରେ ସ୍ବାକ୍ଷର କରି ସେ ଖୁସିଥିବା କହିଛନ୍ତି । ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘କୃଷକଙ୍କ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆମ ସରକାର ସାରା ଦେଶରେ ଆମର କୃଷକ ଭାଇ ଓ ଭଉଣୀଙ୍କ ଜୀବନକୁ ସହଜ କରିବାକୁ ପ୍ରତିଶ୍ରୁତିବଦ୍ଧ | ଏହା ମୋ ପାଇଁ ସୈାଭାଗ୍ୟର ବିଷୟ ଯେ କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ପଦ ଗ୍ରହଣ କରିବା ପରେ ମୁଁ ତାଙ୍କ ପାଇଁ ପ୍ରଥମ କାମ କରିବାର ସୁଯୋଗ ପାଇଛି। ଏହା ଅଧୀନରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି 17 ତମ କିସ୍ତି ସହ ଜଡିତ ଫାଇଲରେ ଦସ୍ତଖତ କରାଯାଇଥିଲା, ଯାହା ଦେଶର 9 କୋଟିରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଆଗାମୀ ସମୟରେ, ଆମେ କୃଷକଙ୍କ କଲ୍ୟାଣ ଏବଂ କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ ହେବା ଏକ ଉପଯୁକ୍ତ ନିଷ୍ପତ୍ତି । ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ।’’