ଭୁବନେଶ୍ବର: ପୁଣି ବବିଙ୍କ ପାଇଁ ଅଡ଼ୁଆ । ବାସଭବନ ନିର୍ମାଣ ବିବାଦ ଭିତରେ ଏବେ ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ନାଁରେ ଏନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି । ଏତଲା ଦେଇଛନ୍ତି ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି । ସତ୍ୟଙ୍କ ଅଭିଯୋଗ ,ପ୍ରଣବ ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ୟ୍ୟ । ଏହାସହ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏଫଆଇଆର ଦାଏର କରିଛନ୍ତି । ସୂଚନାଯୋଗ୍ୟ ବିବାଦୀୟ ନିର୍ମାଣ ନେଇ ବବିଙ୍କୁ ଚାରିଆଡ଼ୁ ସମାଲୋଚନା ଶୁଣିବାକୁ ମିଳିଥିଲା । ନିୟମ ବାହାରେ ସେ ବାସଭବନ ଭିତରେ ନିର୍ମାଣ କାର୍ଯ୍ୟ କରିଥିଲେ ।