ତାମିଲନାଡୁରେ ଓଡିଶା ରାଜନୀତି । ଓଡିଶାରେ ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲ ଲୋକଙ୍କୁ ବଦ୍ନାମ କରୁଥିବା ନେଇ ଆକ୍ଷେପ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ । ସୋସିଆଲ ମିଡିଆରେ ପୋଷ୍ଟ କରି ଷ୍ଟାଲିନ୍ କହିଛନ୍ତି, ଅନ୍ୟ ରାଜ୍ୟରେ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାମିଲ ଲୋକଙ୍କୁ ବଦ୍ନାମ କରୁଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ତାମିଲ ଲୋକଙ୍କୁ ମିଛରେ ଦୋଷାରୋପ କରୁଛନ୍ତି ପ୍ରଧାନମନ୍ତ୍ରୀ ।