ଛେଣ୍ଡିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି, ୨୫ ତାରିଖରେ ଏ ଅଞ୍ଚଳରେ ପରିବର୍ତ୍ତନ ନିଶ୍ଚୟ ହେବ । ୨୪ ବର୍ଷର ଅପାରଗ ସରକାର ବଦଳିବ, ଆଗାମୀ ଦିନରେ ଓଡ଼ିଶାରେ ପରିବର୍ତ୍ତନ ହେବ । ବିରୋଧୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ଭୋଟରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇଦେବେନି ବୋଲି ଭାବୁଛନ୍ତି । କିନ୍ତୁ ଭୋଟର ମନସ୍ଥ କରିଛନ୍ତି ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବେ । ଛେଣ୍ଡିପଦାକୁ ଅଗ୍ରଣୀ ଅଞ୍ଚଳ କରିବାର ଦାୟିତ୍ୱ ମୁଁ ନେବି ।