<h4><strong>ବିଧାୟକଙ୍କ ମୁହଁରୁ ଇଂରାଜୀ ଭାଷଣ ଭିଡିଓ ଏବେ ଭାଇରାଲ ହେଉଛି । ସଭାମଞ୍ଚରେ ଉପସ୍ଥିତ ଅତିଥିମାନେ ପରଷ୍ପରର ମୁହଁକୁ ଚାହୁଁଥିଲେ । ବିଧାୟକ କ’ଣ କହୁଛନ୍ତି କେହି ବୁଝିପାରୁ ନ ଥିଲେ । କାରଣ ସେହି ଇଂରାଜୀର ଅର୍ଥ ନଥିଲା । </strong><strong>କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ ଆଜି ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଛି । ଏହି ଭାଷଣଟିକୁ ଶୁଣୁଥିବା ଜ୍ଞାନୀ, ମାନୀ ଲୋକ ଲାଜରେ କାନମୁଣ୍ଡା ଆଉଁଷି ପକଉଛନ୍ତି । ବିଧାୟକ ତାଙ୍କ ଭାଷଣର କ’ଣ କହୁଛନ୍ତି କେହି ବୁଝିପାରୁନାହାନ୍ତି । ୧୪ ରାଷ୍ଟ୍ରର ପ୍ରତିନିଧିଙ୍କ ଗହଣରେ ଓଡିଆ ଅସ୍ମିତାର ପ୍ରତୀକ କଟକ ବାଲିଯାତ୍ରା ଭଳି ଐତିହାସିକ ସମାରୋହରେ ବିଧାୟକଙ୍କ ବିକୃତ ଇଂରାଜୀ ଭାଷଣ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।</strong></h4> https://www.youtube.com/watch?v=9XexXV1Z-7Y