ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ କୋରାପୁଟ ଲୋକ ସଭା ଓ ରାୟଗଡ଼ା ଜିଲାର ରାୟଗଡ଼ା, ବିଷମକଟକ ଓ ଗୁଣପୁରଠାରେ ମତଦାନ ଆରମ୍ଭ ହୋଇଯାଇଛି। ରାୟଗଡ଼ା ସହରସ୍ଥିତ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋରାପୁଟ ଏମ୍ପି ପ୍ରାର୍ଥୀ ସପ୍ତଗିରି ଉଲାକା ମତଦାନ ସାବ୍ୟସ୍ତ କରିଛନ୍ତି। ଏଥିସହିତ ସମସ୍ତ ଭୋଟର ନିଜର ବହୁମୂଲ୍ୟ ଭୋଟ୍ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ସପ୍ତଗିରି।