ଭୁବନେଶ୍ବର: ଦିଲ୍ଲୀ କଳି ଏବେ ରାଜ୍ୟରେ । ବିଜେପି କଂଗ୍ରେସ ମଧ୍ୟରେ ହୋଇଛି ଟକ୍କର । ଗତକାଲି ଠେଲାପେଲାକୁ ନେଇ ପୋଲିସକୁ ୭୨ ଘଣ୍ଟାର ସମୟ ଦେଲା କଂଗ୍ରେସ। ଗତକାଲିର ଘଟଣାରେ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରିବ କଂଗ୍ରେସ ବୋଲି ବିଧାୟକ ତାରା ବାହିନୀପତି କହିଛନ୍ତି। ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଚେତାବନୀ ଦେଇ କହିଛନ୍ତି। ଗତକାଲିର ଘଟଣାକୁ ନେଇ କଂଗ୍ରେସ ଭବନରେ ବରିଷ୍ଠ ନେତା ମାନେ ଏକାଠି ହୋଇଥିଲେ । ୩ ଦିନ ଭିତରେ ବିଜେପିର ଆକ୍ରମଣକାରୀଙ୍କୁ ଗିରଫ କରାନଗଲେ ସବୁ ଏସପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲ କଂଗ୍ରେସ କହିଛି । କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ ।