ବିରୋଧୀଙ୍କ ହୋହାଲ୍ଲା ଚାଲିପାରିଲାନି ବିଧାନସଭା ଛାତ୍ରସଂସଦ ନିର୍ବାଚନ ଦାବିରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁ ବାରମ୍ବାର ଗୃହ ମୁଲତବୀ ।ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ସମର୍ଥନ ମିଳିଥିଲା। ଏହାପରେ କଲେଜ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଲେଜ ନିର୍ବାଚନ ଆମର ଦାବି ବୋଲି ସେମାନେ କହିଥିଲେ। ପରେ ପରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୧୧. ୪୧ ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ପୁନଃ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲଲେ ପୁନର୍ବାର ଉପରୋକ୍ତ ପ୍ରସଙ୍ଗକୁ ଉଠାଇ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ଏହାପରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆସନ୍ତୁ ନଜର ପକାଇବା ଏହି ଖବର ଉପରେ