ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି। ନାମାଙ୍କନ କରିବାକୁ ଯାଇଥିଲା ବେଳେ ୨ ନେତା ଓ ସମର୍ଥକ ହାତାହାତି ହୋଇଥିଲେ। ପରସ୍ପରଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ହୋଇଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଥିଲା। ସେ ବସ୍ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ଓ ମୁହଁରେ ଆଘାତ ସୂଚନା ମିଳିଛି। ଆକ୍ରମଣ ସଂପର୍କରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ ଉମା।ସୂଚନାଯୋଗ୍ୟ,ରବିବାର କଂଗ୍ରେସ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଥିଲା।