ଅରବିନ୍ଦ କେଜ୍ରିୱାଲଙ୍କୁ ଡବଲ୍ ଝଟ୍କା । ଦିଲ୍ଲୀ ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ପୁଣି ଫସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଜାମିନ ପ୍ରଦାନ କରିଥିବା ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ଏହି ରହିତାଦେଶକୁ କାଏମ ରଖିଛନ୍ତି। ଫଳରେ କେଜ୍ରିୱାଲ ଜେଲ୍ରୁ ଏବେ ମୁକୁଳି ପାରିବେନି।ସେପଟେ ମଦ ଦୁର୍ନୀତି ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ତିହାର ଜେଲ୍ରୁ ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ ରାଜନୀତି ସରଗରମ ହୋଇଛି। ସୁପ୍ରିମକୋର୍ଟ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଜାମିନ ମଂଜୁର କଲେ ମଧ୍ୟ ସେ ଜେଲ୍ରେ ରହିବେ।