ଭୁବନେଶ୍ୱର: ରାଜଧାନୀରେ କାରରେ ଖାଦ୍ୟ ବିକ୍ରି କରି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ । ସେମାନେ ବିଜେପିରେ ମିଶିବା ପରେ ମୋଦିଙ୍କ ପ୍ରଶଂସା କରିଛନ୍ତି । ଦଳରେ ଯୋଗଦେଇଥିବାରୁ ସେ ମୋଦିଙ୍କ ପାଇଁ ପ୍ରଚାର କରିବେ ବୋଳି ମଧ୍ୟ କହିଛନ୍ତି । ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା’ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ଚର୍ଚା ମଧ୍ୟ ଜୋରଦାର ହେଉଛି । ଏହି ଦୁଇ ଯା’ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଦେଖାଯାଉ ତାଙ୍କ ପ୍ରଚାର କିପରି ଜମୁଛି ।