EVM ଭାଙ୍ଗିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ତାକୁ ନେଇ ସାଂଘାତିକ ସତ ଜଣାପଡିଛି।
ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର ସିସିଟିଭି ଫୁଟେଜ ଆସିଛି । ଏହି ଫୁଟେଜକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ । ଫୁଟେଜରେ ସ୍ପଷ୍ଟ ଭାବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦେଖାଯାଉଛନ୍ତି ।