ଭୁବନେଶ୍ବର: କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ । ସଦାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଆଶ୍ଚର୍ଯ୍ୟ କରିଥାନ୍ତି । ଓଡ଼ିଶାରେ ସେପରି ଆଶ୍ଚର୍ଯ୍ୟ କରିପାରନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଏବେ ତାରି ଉପରେ ସମସ୍ତଙ୍କ ନଜର। ଏହାରି ଭିତରେ ଯେତେବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇସାରିଛନ୍ତି। ଏଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦୁଇ ପର୍ଯ୍ୟବେକ୍ଷକ ବିଜେପି ମଧ୍ୟ ନିଯୁକ୍ତ କରିଛି । ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ। ଆସନ୍ତାକାଲି ବିଧାୟକ ଦଳରେ କିଏ ଓଡ଼ିଶାର ମଙ୍ଗ ଧରିବ ତାହା ସ୍ପଷ୍ଟ ହେବ । ଆଉ ଦିନେ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ।