ନିମାପଡାରେ ଅଳ୍ପକେ ବଞ୍ଚିଗଲା ବିଜେଡି । ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍। କିଛିଦିନ ତଳେ ୮ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି ଜଣେ ତାଙ୍କୁ ବିରୋଧ କରିନଥିବା ଜଣାପଡିଛି । କିଛିଦିନ ତଳେ ଅଧ୍ୟକ୍ଷା ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଛି। ଏବେର ବିଜେପି ନେତା ତଥା ପୂର୍ବତନ ବିଜେଡି ନେତା ସମୀର ଦାସ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି। ଆସନ୍ତୁ ନଜର ପକେଇବା ଏହି ଖବର ଉପରେ |