ଶଙ୍ଖ ଭବନ ରେ ଆଜି ଆରମ୍ଭ ହୋଇଛି ବିଜେଡି ର ନବନିର୍ବାଚିତ ବିଧାୟକ ମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର । ନବ ନିର୍ବାଚିତ ବିଧାୟକ ଙ୍କ ସହ ବିଜେଡି ର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି. ଆଉ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଲଢ଼େଇ କରିବାର ମନ୍ତ୍ର ଫୁଙ୍କିଛନ୍ତି । କାର୍ଯ୍ୟକ୍ରମ କୁ ଉଦଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ।
ଦଳ ର ବିଧାୟକ ମାନଙ୍କୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ର ରେ ସରକାର ଙ୍କ ର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳ ର ତା ଠାରୁ ଅଧିକ ଦାୟିତ୍ୱ ରହିଛି । ବିରୋଧୀ ଦଳ ହିଁ ଗଣତନ୍ତ୍ର ର ଶ୍ରେଷ୍ଠ ସୁରକ୍ଷାକାରୀ ବୋଲି ନବୀନ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ନୂଆ ବିଧାୟକ ମାନଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟ ରେ ସମ୍ୟକ ଜ୍ଞାନ ଦେବା ଏ ତାଲିମ ଶିବିର ର ମୁଖ୍ୟ ଉଦେଶ୍ୟ । ଗୃହ ପରିଚାଳନା ନୁହେଁ ସରକାର ଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହ ର ନୀତି ନିୟମ ହେଉଛି ଅସ୍ତ୍ର. ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱ କୁ ନିର୍ବାହ କରିବାପାଇଁ ଗୃହ ର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ.
ମୁଲତବି ପ୍ରସ୍ତାବ, ଦୃଷ୍ଟିଆକର୍ଷଣ କାରୀ ପ୍ରସ୍ତାବ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆଦି ଜରିଆରେ ରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟ ରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ. ।
ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନ ରେ ରାଜନୈତିକ ଅଭିସନ୍ଧି ଥିଲା. ତା ସହିତ ସେ କାର୍ଯ୍ୟକ୍ରମରେ ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁର୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ.
51 ବିଧାୟକ ଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି ତେଣୁ ସରକାର ଙ୍କୁ ଉତ୍ତର ଦାୟୀ କରିବା ପାଇଁ କୋଣସି ସୁଯୋଗ ଆମେ ହାତଛଡା ନ କରିବାକୁ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ.