ବିଜେଡିରୁ ଇସ୍ତଫା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଭିଡିଓ ଜାରି କରି ସୂଚନା ଦେଇଛନ୍ତି । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି।
ସୂଚନାଥାଉ କି, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ଦାଶ । କିନ୍ତୁ ଚଳିତ ନିର୍ବାଚନରେ ସମୀର ଟିକେଟ୍ ପାଇ ନ ଥିଲେ । ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ । ତେବେ ଶେଷରେ ଆଜି ଦଳ ଛାଡ଼ିବା ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । ପୂର୍ବରୁ ତାଙ୍କର ଏକାଧିକ ସମର୍ଥକ ବିଜେଡି ଛାଡ଼ିଥିଲେ ।