ପିପିଲି : ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ମଇଦାନକୁ ଓହ୍ଲାଇଛନ୍ତି। ଆଉ ତା’ ବି ସ୍ବାମୀଙ୍କ ବିରୋଧରେ। ଅର୍ଥାତ୍ ଜାଗୃତି ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ରୁଦ୍ର ନିଜେ ବିଜେଡି ଟିକେଟ୍ରେ ପ୍ରାର୍ଥୀ ହୋଇଥିବାବେଳେ ଜାଗୃତି ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଜାଗୃତି କାହିଁକି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବାମୀଙ୍କ ବିରୋଧରେ ଲଢିବାକୁ ଚାହୁଁଛନ୍ତି, ସେ ନେଇ ମୁହଁ ଖୋଲିନାହାନ୍ତି।