ଭୁବନେଶ୍ବର: ବିଜେଡି ଭିତରେ କଣ ଚାଲିଛି ତାକୁ ନେଇ ଚାଲିଛି ଚର୍ଚା । କିଏ କହୁଛି ନେତାମାନେ ବିଜେପି କୁ ଯିବା ପାଇଁ ଯୋଜନା କରୁଛନ୍ତି । ଆଉ କିଏ କହୁଛି ବିଜେଡି ଛାଡି କେହି ଯିବେ ନାହିଁ । ଭୁବନେଶ୍ବର, କଟକରେ ବିଜେଡି ରାଜନୀତିକୁ ନେଇ ନାନା କଥା ଆଲୋଚନା ହେଉଛି । ଏହାରି ଭିତରେ ନେତାମାନେ ପରସ୍ପରକୁ ଦୋଷ ଦେଉଛନ୍ତି । ପ୍ରତାପ ଦେବଙ୍କ ଘରେ ବିଜେଡି ନେତାମାନେ ସଂଗଠନକୁ ପୁଣି ଆଗକୁ ନେବାକୁ ଆଲୋଚନା କରିଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଏହି ବୈଠକରେ ଉପସ୍ଥିତ ରହି ଦଳ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ବୈଠକ ନେଇ କର୍ପୋରେଟର ଅମରେଶ ଜେନା କହିଛନ୍ତି, ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା। ସେମାନଙ୍କୁ ସେ ବିଭୀଷଣ ନାମ ଦେଇଛନ୍ତି। ଦଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଛି। ହେଲେ ଏପରି ହେବାକୁ ଦିଆଯିବ ନାହିଁ। ବିଏମସି କି ସିଏମସି ହେଉ ସବୁଠି ବିଜେଡି ଏକଜୁଟ୍ ଥିବା ସେ କହିଛନ୍ତି ।