ଭୁବନେଶ୍ବର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା । କହିଲେ ରାଜ୍ୟରେ ବେକାରୀ ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ଦେଶରେ ଓଡ଼ିଶା ହେଉଛି ବେକାରୀଙ୍କ ରାଜ୍ୟ କାରଣ ଏଠି ୨୨ ରାଜ୍ୟ ଭିତରେ ବେକାରୀ ସମସ୍ୟାରେ ଓଡିଶା ୧ ନମ୍ବର । ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି, ଓ ସବୁ ମୁଣ୍ଡକୁ ଛାତ ହେଉଛି ବିଜେପିର ଲକ୍ଷ୍ୟ । ଏହାସହ ଓଡ଼ିଶାକୁ ସୁଶାସନ ଦେବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି ଅପରାଜିତା ।