ଭୁବନେଶ୍ବର: ବିଜେପିରେ ମିଶୁଛନ୍ତି ବିଜେଡି ଛାଡି ନେତା । ଏହି ପ୍ରସଙ୍ଗକୁ ନେଇ ଦୁଇ ଦଳର ନେତାଙ୍କ ମଧ୍ୟରେ ଟଣାଓଟରା ଲାଗିଛି । ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ପଦ୍ମ ଶିବିରରେ ସାମିଲ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ । ବିଜେଡି ବସା ଖାଲି ହେଇଯିବ । ହେଲେ ବିଜେପି ହେଉଛି ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏନି । ପ୍ରତିକ୍ରିୟା ଦେଇ ଅରବିନ୍ଦ ଢାଲି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ।