ବାଣପୁର: ବିଜେଡିକୁ କଡ଼ା ସ୍ବରରେ ଟାର୍ଗେଟ କରିଛନ୍ତି ଯୋଗୀ । ଏଥର ରାଜ୍ୟରେ ବିଜେପି ସରକାର ଗଠନ କରିବ । ମାଫିଆମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦେଶରେ ମୋଦି ସରକାର ଗଠନ କରିବେ । ଅବକି ବାର 400 ପାର ନାରା ଦେଇଥିଲେ ଯୋଗୀ ଆଦିତ୍ୟନାଥ । ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର । ବିଶାଳ ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣି ଜମି ମାଫିଆ, ବାଲି ମାଫିଆ, ଜଙ୍ଗଲ ମାଫିଆଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଉତ୍ତରପ୍ରଦେଶର ବୁଲଡୋଜର ଶୈଳୀରେ କାମ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି ।